ମୁମ୍ବାଇ ୦୯/୦୯ : ଚର୍ଚ୍ଚାରେ ଟେଲିଭିଜନ ଦୁନିଆର କମେଡି କୁଇନ୍ ଭାରତୀ ସିଂ। ଏଥର ସେ କମେଡି ପାଇଁ ନୁହେଁ ନୂଆ ଲୁକ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ଭାରତୀଙ୍କ ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ସେ ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍ ଟ୍ରିମ୍। ନିଜର ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହିତ ଭାରତୀ ନିଜ ଓଜନ ହ୍ରାସର ରାଜ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଓଜନ ହ୍ରାସ ପରେ ଭାରତୀ ଅତ୍ୟନ୍ତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।
ନିକଟରେ କପିଲ ଶର୍ମା ଶୋ’ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା ସ୍ୱୀକାର କରି କହିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ କିନ୍ତୁ ତାଙ୍କ ଓଜନ କମି ୭୬ କିଲୋ ହୋଇଯାଇଛି। ତେବେ ତାଙ୍କର ଏହି ଓଜନ କମାଇବା ରାଜ୍ ହେଉଛି ତାଙ୍କ ଡାଇଟିଂ।
ସମସ୍ତେ ଜାଣନ୍ତି ଭାରତୀ ଖାଇବାକୁ ବେଶ୍ ଭଲପାଆନ୍ତି। ହେଲେ ସେ ଏବେ ବେଳେବେଳେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଅର୍ଥାତ ରାତି ୭ଟାରୁ ତା’ପରଦିନ ୧୨ଟା ଯାଏଁ କିଛି ଖାଦ୍ୟ ଖାଉ ନାହାନ୍ତି । ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି। ଏବେ ସେ ନିଜକୁ ଫିଟ୍ ଏବଂ ସୁସ୍ଥ ଅନୁଭବ କରୁଛନ୍ତି। ପୂର୍ବରୁ ଭାରତୀଙ୍କର ଆସ୍ଥମା ଏବଂ ଡାଇବେଟିସ ସମସ୍ୟା ଥିଲା। ହେଲେ ଏବେ ସେ ସବୁ କିଛି ନିୟନ୍ତ୍ରଣରେ ରହିଛି। ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି। ନଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି କମେଡି କୁଇନ୍ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0