ଆଜି ହେଉଛି ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ | କିନ୍ତୁ ଚଳିତ ବର୍ଷ ଜନ୍ମଦିନ ସବୁଦିନ ପାଇଁ ତାଙ୍କର ମନେ ରହିବ | କାରଣ ଜନ୍ମଦିନ ର ଗୋଟିଏ ଦିନ ପୂର୍ବରୁ ତାଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି | ଅକ୍ଷୟ ତାଙ୍କ ମା ଙ୍କୁ ହରାଇଛନ୍ତି | ଏହି ଦୁଃଖ ସବୁଦିନ ରହିବ ବୋଲି ସେ କହିଛନ୍ତି | ତେବେ ଜନ୍ମଦିନରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ମା ଙ୍କ ସହ ଥିବା ଫଟୋ ପୋଷ୍ଟ କରିଛନ୍ତି | ସେଥିରେ ସେ ଭାବୁକ ବାର୍ତ୍ତା ଲେଖିଛନ୍ତି | ଯାହା ପଢିଲା ପରେ ଆଖିରେ ଲୁହ ଆସିବା ସୁନିଶ୍ଚିତ | ସେ ଲେଖିଛନ୍ତି ମୋ ମା ମୋ ପାଇଁ ଉପରେ ଥାଇ ହାପି ବାର୍ଥ ଡେ ଗାଉଥିବେ | ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୋ ମା ଙ୍କ ବିୟୋଗରେ ଆସିଥିବା ସମବେଦନା ପାଇଁ ଧନ୍ୟବାଦ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0