ଗତ ଫେବୃଆରୀରେ ହାଇଦ୍ରାବାଦରେ ସିପିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟନାରେ କହ୍ନେୟା କୁମାରଙ୍କ ଦ୍ୱାରା କରାଯାଇଥିବା ମାରପିଟ୍ ଘଟଣାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ଦଳର ୧୧୦ ସଦସ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ସିପିଆଇ ନେତା କହ୍ନେୟା କୁମାର | ଏହି ଖବରକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହେଉଛି | ସୂଚନାଯୋଗ୍ୟ, କହ୍ନେୟା କୁମାର ଗତ ଦେଢ ବର୍ଷ ହେବ ରାଜନୀତିରେ ସକ୍ରିୟ ରାଜନୀତିରେ କମ୍ ନଜର ଆସୁଛନ୍ତି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ କହ୍ନେୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ କହ୍ନେୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0