“ତାରକ ମେହତା କା ଉଲଟା ଚଷମା” ଟିଭି ଦୁନିଆର ସବୁଠୁ ସୁପରହିଟ ହିନ୍ଦୀ କମେଡି ସୋ। ଯାହା ଘରେ ଘରେ ପରିଚିତ। ସୋର ସବୁ କଳାକାରଙ୍କ ରୋଲ ପ୍ଲେ ମଧ୍ୟ ଅତି ଚମତ୍କାର। ପ୍ରତ୍ୟେକଙ୍କ ନିଜସ୍ୱ ରୋଲ ସବୁ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। ସୋରେ ହିଟ କଳାକାର ଜେଠାଲାଲ ହୁଅନ୍ତୁ କି ଅନ୍ୟ କେହି, ସମସ୍ତେ ପରସ୍ପର ସହ ମିଶି ଦୀର୍ଘ ବର୍ଷ ଧରି ଏକାଠି କାମ କରୁଛନ୍ତି। ସୋ’ର ଟିଆରପି ରେଟକୁ ମଧ୍ୟ ଧ୍ୟାନ ଦେଇ ଦର୍ଶକଙ୍କୁ ମନ ଭରି ମନୋରଞ୍ଜନ କରୁଛନ୍ତି।
ତେବେ ଆପଣ ଜେଠାଲାଲଙ୍କ ସହ ବବିତା ଜୀଙ୍କ ନାଁ ତ ବହୁତ ବାର ଶୁଣିଥିବେ। ଅନେକ ଥର ଏହି ଦୁହିଁ କ୍ୟାରେକ୍ଟରକୁ ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଥାଏ। ଏମାନଙ୍କ ସୋକୁ ନେଇ ସୋସିଆଲ ମିଡିଆରେ ଦର୍ଶକ ମଧ୍ୟ ଆକ୍ଟିଭ ରହିଥାନ୍ତି। କିନ୍ତୁ ଏବେ ଏକ ଜରୁରୀ ଖବର ଚର୍ଚ୍ଚାକୁ ଆସିଛି। ଆପଣ ଏବେ ବବିତା ଜୀଙ୍କ ସହ ଜେଠାଲାଲାଙ୍କ ନା ପରିବର୍ତ୍ତେ ତପୁର ନାଁ ଶୁଣିବେ। ରିଲ ଲାଇଫରେ ଯଦିଓ ଏହି ଦୁଇ କ୍ୟାରେକ୍ଟରଙ୍କ ମଧ୍ୟରେ ସେଭଳି କିଛି ନାହିଁ। କିନ୍ତୁ ରିଅଲ ଲାଇଫ ତଥା ସୋସିଆଲ ମିଡିଆରେ ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୋରେ ସବୁବେଳେ ଜେଠାଲାଲ ବବିତା ଜୀଙ୍କ ସହ ଫ୍ଲଟିଂ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଏବେ ରିଅଲ ଲାଇଫରେ ବବିତା ଜୀ ମାନେ ମୁନମୁନ ଦତ୍ତଙ୍କ ଲଭ ଆଫେୟାର ଜେଠାଲାଲଙ୍କ ପୁଅ ତପୁ ମାନେ ରାଜ ଅନ୍ଦକତ ସହ ଥିବାର ଶୁଣିବାକୁ ମିଳିଛି। ଦୁଇ ଜଣକ ଲଭ ଆଫେୟାର ଅନେକ ଦିନରୁ ଚାଲୁଥିବାର ଶୁଣିବାକୁ ମିଳୁଛି। ବୟସରେ ରାଜ୍ ମୁନମୁନଙ୍କଠୁ ୯ ବର୍ଷ ସାନ। ଏହାର ଖବର ସୋସିଆଲ ମିଡିଆରେ ସେବେଠୁ ଭାଇରାଲ ହେଲା ଯେବେଠୁ ମୁନମୁନଙ୍କ ପୋଷ୍ଟରେ ରାଜ୍ ଙ୍କ କମେଣ୍ଟ ଦେଖିବାକୁ ମିଳିଥିଲା। ରିପୋର୍ଟରୁ ଜଣାପଡିଛି ଯେ, ଏହା ସମ୍ପର୍କରେ ଦୁହିଁଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି। ଏମାନଙ୍କ ସମ୍ପର୍କ ସୋର ସେଟରେ ମଧ୍ୟ ଦେଖିବାକୁ ମିଳେ ବୋଲି ଶୁଣିବାକୁ ମିଳିଛି।
ଦୁହେଁ ଅନେକ ସମୟରୁ ପରସ୍ପରକୁ ଡେଟ କରୁଛନ୍ତି ବୋଲି ଜଣାପଡ଼ିଛି। କିନ୍ତୁ ପବ୍ଲିକରେ ଦୁହେଁ ଏହାକୁ ଲୁଚାଇ ରଖିଛନ୍ତି। ରାଜଙ୍କ ବୟସ ୨୪ ବର୍ଷ ଓ ମୁନମୁନ ଦତ୍ତଙ୍କ ବୟସ ୩୩ ବର୍ଷ। ତେବେ ଦୁହେଁ କେବେ ସମସ୍ତଙ୍କୁ ନିଜର ଏହି ସମ୍ପର୍କରେ କହିବେ ତାହା ଦେଖିବା ବାକି ରହିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0