ତାଲିବାନର ବର୍ବରତା ଏବେ ଆକାଶ ଛୁଇଁଲାଣି | ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ତାଲିବାନ ସରକାର ଗଢ଼ିଛନ୍ତି | ତେବେ ତାଲିବାନ ଏବେ ଆମେରିକାକୁ ଧମକ ଦେଉଛି | ହକ୍କାନି ଗ୍ରୁପ ଉପରେ ଆମେରିକା ଦେଇଥିବା ମନ୍ତବ୍ୟ ଓ ରହିତାଦେଶକୁ ନେଇ ତାତିଲା ତାଲିବାନ | ଆମେରିକା ଯଥାଶିଘ୍ର ତାଲିବାନ ପ୍ରତି ନିଜ ଦୃଷ୍ଟିଭଙ୍ଗିକୁ ବଦଳାଉ । ଏହାସହ ତାଲିବାନ୍ ସରକାର କିମ୍ବା ହକ୍କାନିଙ୍କ ଉପରେ କୌଣସି ଆପତ୍ତିଜନକ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଲିବାନ ପକ୍ଷରୁ ଧମକ ଦିଆଯାଇଛି । ତାଲିବାନର ନବଗଠିତ କାମଚଳା ସରକାରରେ ସିରାଜୁଦ୍ଦିନ୍ ହକ୍କାନିଙ୍କର ସମ୍ପୃକ୍ତି ନେଇ ପୂର୍ବରୁ ଆମେରିକା ଧମକ ଦେଉଥିବାବେଳେ ଏବେ ଆମେରିକାକୁ ଡରାଉଛି ତାଲିବାନ୍ । ତାଲିବାନ୍ ସରକାରରେ ଯେଉଁମାନଙ୍କୁ ସ୍ଥାନ ଦିଆଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଏହାଦ୍ୱାରା ସାରା ବିଶ୍ୱ ପ୍ରତି ବିପଦ ରହିଛି । ଆମେରିକାର ଏପରି ବୟାନରେ ଚିହିଁକି ଉଠିଛି ତାଲିବାନ୍ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0