ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଓ ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନାଙ୍କୁ ଫ୍ୟାମିଲିମ୍ୟାନ୍ କୁହାଯାଏ। ସେ ନିଜ ପରିବାର ସହ ଅତି ଘନିଷ୍ଠ। ନିକଟରେ ସିଏସକେର ଏକ ଭିଡିଓରେ ସେ ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ପରିବାର ସମ୍ବନ୍ଧରେ କିଛି ରୋଚକ କଥା ଶେଆର୍ କହିଛନ୍ତି ।
ରାଇନା ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ସହ ପ୍ରଥମ ଦେଖାର କିଛି ଅକୁହା କଥାର ଖୁଲାସା କରିଛନ୍ତି। ରାଇନା କହିଛନ୍ତି, ପ୍ରିୟଙ୍କା ତାଙ୍କ ସାଙ୍ଗମାନଙ୍କ ସହ ଆମ ଘରକୁ ଟ୍ୟୁସନ୍ ପଢ଼ିବାକୁ ଆସୁଥିଲେ। ମୋ ବଡ଼ ଭାଇ ଘରେ ଟ୍ୟୁସନ୍ ପଢ଼ାଉଥିଲେ। ଆଉ ସେହିଠାରୁ ମୁଁ ପ୍ରିୟଙ୍କାଙ୍କ ସମ୍ବନ୍ଧରେ ଜାଣିବାକୁ ପାଇଲି। ଏହା ପରେ ସେ ବୋର୍ଡିଂ ସ୍କୁଲକୁ ପାଠ ପଢ଼ିବାକୁ ଚାଲିଯାଇଥିଲେ।
ଇନା ଆହୁରି କହିଛନ୍ତି ଯେ କିପରି ଦୁହେଁ ୨୦୦୮ରେ ଏୟାରପୋର୍ଟରେ ପରସ୍ପରକୁ ସାକ୍ଷାତ କରିଥିଲେ। ସେହି ସମୟରେ ରାଇନା ଅଷ୍ଟ୍ରେଲିଆରୁ ଫେରୁଥିଲେ। ଏହା ଟୁର୍ ପରେ ରାଇନା ଓ ପ୍ରିୟଙ୍କା ମଧ୍ୟରେ କଥାବାର୍ତ୍ତା ଓ ଡେଟିଂ ଆରମ୍ଭ ହୋଇଥିଲା ବୋଲି ରାଇନା କହିଛନ୍ତି।
ସେହିପରି ରାଇନାଙ୍କ ପତ୍ନୀ ପ୍ରିୟଙ୍କା କହିଛନ୍ତି ଯେ ଭଗବାନଙ୍କ ଦୟାରୁ ତାଙ୍କୁ ଏତେ ଭଲ ପରିବାର ମିଳିଛି ଏବଂ ଗତ ୬ ବର୍ଷରେ ସେ ଏହି ପରିବାର ସହ ଅନେକ ସ୍ମରଣୀୟ ମୁହୂର୍ତ୍ତ ସାଉଁଣ୍ଟିଛନ୍ତି। ପ୍ରିୟଙ୍କା ଆହୁରି କହିଛନ୍ତି ଯେ ରାଇନା ଜଣେ ବହୁତ ଭଲ ମଣିଷ ସହ ଭଲ ପିତା। ସେ କହିଛନ୍ତି ଯେ ଆମେ ଦୁହେଁ ଅଲଗା ଅଲଗା ବ୍ୟାକଗ୍ରାଉଣ୍ଡରୁ ଆସୁଛି, ଯାହାକି ଆମ ପାଇଁ ସବୁଠାରୁ ଭଲ କଥା।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଇନା ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ୟୁଏଇରେ ଅଛନ୍ତି। ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଆସିଛି। ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଟିମ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସିଏସେ ଦ୍ୱିତୀୟ ଫେଜରେ ତା’ର ପ୍ରଥମ ମୁକାବିଲା ସେପ୍ଟେମ୍ବର ୧୯ ତାରିଖରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଦ୍ୱିତୀୟ ପର୍ଯ୍ୟାୟରେ ଟିମର କିଛି ପ୍ରମୁଖ ଖେଳାଳି ଉପସ୍ଥିତ ରହିବେ ନାହିଁ। ଏଭଳି ସ୍ଥିତିରେ ରାଇନାଙ୍କୁ ବଡ଼ ଭୂମିକା ତୁଲାଇବାକୁ ପଡ଼ିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0