ଟୋକିଓ ପାରା ଅଲମ୍ପିକସ୍ ରେ ସ୍ଵର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ କେନ୍ଦୁଝର ଜିଲ୍ଲା ଘଟଗାଁ ମାତାରିଣୀଙ୍କ ଦର୍ଶନ କରିଛନ୍ତି । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ସେ ଭୁବନେଶ୍ଵରରୁ ଘଟଗାଁ ଆସି ମାତାରିଣୀଙ୍କୁ ଦର୍ଶନ କରି ମାଙ୍କ କୃପାଲାଭ କରିଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସରେ ସଫଳତା ପ୍ରାପ୍ତି ପାଇଁ ତାଙ୍କ ପ୍ରଶିକ୍ଷକ ମାତାରିଣୀଙ୍କ ନିକଟରେ ଅଖଣ୍ଡ ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଏଥିପାଇଁ ସେ ସଫଳତା ପାଇବା ପରେ ମାଙ୍କ ଦର୍ଶନ ପାଇଁ ଆସି ଅତି ଆନନ୍ଦିତ ବୋଲି କହିଛନ୍ତି ପ୍ରମୋଦ ଭଗତ । ଏହାପରେ ପ୍ରମୋଦ ଙ୍କୁ ମନ୍ଦିର ପ୍ରଶାସନ ତରଫରୁ ସମ୍ବର୍ଧିତ କରିବା ସହ ଏକ ଖୋଲା ଗାଡ଼ିରେ ଘଟଗାଁ ପରିକ୍ରମା କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0