କାବୁଲ: ତାଲିବାନ ସରକାର ଗଠନ ହେବାର ଦିନ କେଇଟା ପରେ ସୃଷ୍ଟି ହୋଇଛି ଫାଟ। ଆରମ୍ଭ ହୋଇଯାଇଛି ମତଭେଦ। ହକ୍କାନୀ ନେଟ୍ୱର୍କଙ୍କ ସହ ଲାଗିଛି ତୁ ତୁ ମେଁ ମେଁ। ତାଲିବାନ ସରକାରରେ ଡେପୁଟି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ମୁଲ୍ଲା ଅବଦୁଲ ଘନି ବରାଦର ହକ୍କାନୀ ନେଟୱାର୍କର ଜଣେ ବରିଷ୍ଠ ନେତାଙ୍କ ସହ ମତଭେଦ ପରେ କାବୁଲ ଛାଡି ଦେଇଥିବା ସୂଚନା ମିଳିଛି।
କ୍ଷମତା ବାଣ୍ଟିବା ନେଇ ବାରାଦର ଏବଂ ଖଲିଲ-ଉର-ରେହମାନ ହକ୍କାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏନେଇ ତାଲିବାନର ଜଣେ ବରିଷ୍ଠ ନେତା ବିସିସିକୁ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ ଗତ ସପ୍ତାହରେ କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା। ଏହାବରେ ବରାଦର କାବୁଲ ଛାଡି ଦେଇଥିବା ଜଣାପଡିଛି।
ଅଗଷ୍ଟ ୧୫ରେ ତାଲିବାନ ଦ୍ୱାରା କାବୁଲକୁ କାବୁ କରାଯିବା ପରଠାରୁ ନେତୃତ୍ୱ ଏବଂ ସରକାର ଗଠନକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନରେ ବରାଦର ଅସନ୍ତୁଷ୍ଟ ଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0