କୋପେନ୍ହେଗନ୍: ଗୋଟିଏ ଦିନରେ ୧୪୦୦ରୁ ଅଧିକ ଦେହର ଦୁଇପାଖ ଧଳା ଥିବା ଶିଶୁମାର (ଡଲ୍ଫିନ୍) ହତ୍ୟା କରାଇଥିବାରୁ ମଙ୍ଗଳବାର ଦିନ ସ୍ବୟଂଶାସିତ ଡାନିସ୍ ଅଞ୍ଚଳ ଫେରୋ ଦ୍ବୀପପୁଞ୍ଜ ସରକାର ତୀବ୍ର ପ୍ରତିବାଦର ସମ୍ମୁଖୀନ ହୋଇଛନ୍ତି। ଏହା ହେଉଛି ଉତ୍ତର ଦ୍ବୀପପୁଞ୍ଜରେ ଗୋଟିଏ ଦିନରେ ସର୍ବାଧିକ ଶିଶୁମାର ଶିକାର।
ଗଣମାଧ୍ୟମକୁ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ଏସବୁ ସ୍ତନ୍ୟପାୟୀ ପ୍ରାଣୀର ଶିକାର ଓ ହତ୍ୟା ବାବଦରେ ଜାଣି ନ ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ‘ଫେରୋସୀୟ ତିମି ଶିକାର’ ନିଃସନ୍ଦେହ ଏକ ନାଟକୀୟ ଦୃଶ୍ୟ। ସୁସଙ୍ଗଠିତ ଏବଂ ପୂର୍ଣ୍ଣ ନିୟନ୍ତ୍ରଣରେ ଏହି ଶିକାର କରାଯାଏ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0