ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦୀର୍ଘ ଦିନ ଧରି ଅସୁବିଧା ଭୋଗୁଥିବା ମୋଟରଯାନ ଶିଳ୍ପକ୍ଷେତ୍ର ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ, ହାଇଡ୍ରୋଜେନ୍ ଇନ୍ଧନ ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୫,୯୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୋଟରଯାନ ଶିଳ୍ପକ୍ଷେତ୍ର ସହ ଡ୍ରୋନ୍ ସେକ୍ଟର ପାଇଁ ବଡ଼ ଘୋଷଣା କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ଡ୍ରୋନ ସେକ୍ଟର ପାଇଁ ୧୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସରକାରୀ ଆକଳନ ଅନୁଯାୟୀ, ୭.୬ ଲକ୍ଷ ଲୋକଙ୍କୁ ମୋଟରଯାନ ଶିଳ୍ପକ୍ଷେତ୍ରରେ ଚାକିରି ମିଳିବ। ଦେଶରେ ବୈଦ୍ୟୁତିକ ଯାନର ଉତ୍ପାଦନ ବୃଦ୍ଧି ହେବା ସହ ପାଞ୍ଚ ବର୍ଷ ମଧ୍ୟରେ ୪୨,୫୦୦ କୋଟି ଟଙ୍କା ବିନିଯୋଗର ସୁଯୋଗ ସୃଷ୍ଟି କରିବ |



Visitors Today : 1
Total Visitors : 130303
Total Views : 9891806
Visitors Online Now : 0