spot_img

ବନ୍ୟାପାଣିରେ ଭାସିଗଲେ ତିନି ଛାତ୍ର: ଜଣେ ମୃତ, ଦୁଇ ଉଦ୍ଧାର

ରାଉରକେଲା: ରାଉରକେଲାର ଜଲଦା ମୁଣ୍ଡାବସ୍ତି ପଛ ପାର୍ଶ୍ଵ ନାଳରେ ଗାଧୋଉଥିବା ବେଳେ ବନ୍ୟାପାଣି ମାଡ଼ି ଆସିବାରୁ ତିନି ଛାତ୍ର ଭାସି ଯାଇଥିଲେl ଏମାନଙ୍କ ଭିତରୁ ଦୁଇଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛିl ମୃତକ ଜଣକ ସାରନଗରୀର ଆକାଶ (ଛୋଟୁ) ଯାଦବ (୧୨) ବୋଲି ଜଣାଯାଇଛିl ଜଳଦା ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛିl ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ଗୋଟାଏରେ ଛୋଟୁ ତାର ସାଙ୍ଗ ରୋଶନ ଚୌଧୁରୀ ଓ ଅନ୍ୟ ଜଣଙ୍କ ସହ ମିଶି ନାଳରେ ପଶି ଗାଧୋଉ ଥିଲେl ହଠାତ ବନ୍ୟା ପାଣି ପଶି ଆସିଥିଲାl

LEAVE A REPLY

Please enter your comment!
Please enter your name here

- Advertisment -

Most Popular