ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ବିଜେଡି ମନ୍ତ୍ରୀ ମାନଙ୍କର ଏକ ବୈଠକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ କିଛି ନେତା ଉପସ୍ଥିତ ଥିଲେ। ଗତକାଲି ବିଜେଡିର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ ପାଇଛି।
ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭରଚୁଆଲ ଯୋଗେ ପ୍ରଚାର କରିବା ନେଇ ଆଲୋଚନା ଚାଲିଛି। ଆସନ୍ତା ୨୦ ତାରିଖରୁ ଆମେ ପ୍ରଚାରକୁ ଜୋରଦାର କରିବୁ। ପ୍ରଦୀପ ମହାରଥୀ ଓଭର କନଫିଡେନ୍ସ ଯୋଗୁ କମ୍ ବ୍ୟବଧାନରେ ଜିତୁଥିଲେ। ମାତ୍ର ଆମେ ଏଥର ଓଭର କନଫିଡେନ୍ସ ନାହୁଁ। ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ।
ଅପରପକ୍ଷରେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପିପିଲି ହେଉଛି ବିଜେଡିର ଗଡ଼। ପ୍ରଦୀପ ମହାରଥୀଙ୍କୁ ବାରମ୍ବାର ଲୋକେ ଜିତାଇ ଆସିଛନ୍ତି। ଏଥର ଭଲ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ ଏବଂ ପୂର୍ବ ରେକର୍ଡ ଭାଙ୍ଗିବୁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0