spot_img

ସମ୍ବଲପୁରୀ ଦିନ କାହିଁକି?

ଆଜି ମହାନ ସାରସ୍ଵତ ସାଧକ , ଚିର ବନ୍ଦନୀୟ ସତ୍ୟନାରାୟଣ ବହିଦାର ଙ୍କ ୧୦୮ ତମ  ଜନ୍ମ ଜୟନ୍ତୀ ଦିବସ ।ସତ୍ୟନାରାୟଣ ବହିଦାର  ୧୯୧୩ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସତ୍ୟ ନାରାୟଣ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠ ପଢିବାର  ସୁବିଧା ସୁଯୋଗ ସୋନପୁରରେ ନଥିବାରୁ, ସେ ସମ୍ବଲପୁର ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ କଟକ ସ୍ଥିତ ‘ଶିକ୍ଷକ ତାଲିମ ବିଦ୍ୟାଳୟ’ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଭାଷାରେ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ । ସମ୍ବଲପୁରୀ ଭାଷା ସାହିତ୍ୟ କବିତା ପ୍ରତି ତାଙ୍କର ସର୍ବ ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କରି ଜନ୍ମ ଜୟନ୍ତୀ କୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି  ସମଗ୍ର ପଶ୍ଚିମାଞ୍ଚଲ ସମେତ ପଶ୍ଚିମ ଓଡିଶାର ଅଧିବାସୀ ବିଶ୍ୱର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ମହାନ  ସାରସ୍ଵତ ସାଧକ ଙ୍କ ପବିତ୍ର ଜୟନ୍ତୀ କୁ ସମ୍ବଲପୁରୀ ଦିନ ଭାବେ ପାଳନ କରୁଛନ୍ତି  ଏହି ଅବସରରେ ସେଇ ପୁଣ୍ୟାତ୍ମାଙ୍କୁ ପ୍ରଣାମ

LEAVE A REPLY

Please enter your comment!
Please enter your name here

- Advertisment -

Most Popular