spot_img

କଙ୍ଗନା ଷ୍ଟାରର ଫିଲ୍ମ ‘ସୀତା’ରେ ଲଙ୍କେଶ ରାବଣ ଚରିତ୍ରରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ ୧୬/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ଅଲୌକିକ ଦେଶାଇଙ୍କ ବିଗ ବଜେଟ ଫିଲ୍ମ ‘ସୀତା ଦ ଇନକାରନେସନ’ ସାଇନ କରିଛନ୍ତି। ଫିଲ୍ମରେ କଙ୍ଗନା ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଖବର ଆସିଛି ଯେ ପଦ୍ମାବତର ଆଲ୍ଲାଉଦ୍ଦିନ ଖିଲଜୀଙ୍କ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ରଣବୀର ସିଂହ ଏହି ଫିଲ୍ମରେ ଲଙ୍କେଶ ରାବଣଙ୍କ ନେଗେଟିଭ ଚରିତ୍ରରେ ନଜର ଆସିବେ।

ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ‘ଦ ଇନକାରନେସନ ସୀତା’ ର ନିର୍ମାତା ରଣବୀର ସିଂହଙ୍କୁ ରାବଣ ଚରିତ୍ର ପାଇଁ ଆପ୍ରୋଚ କରିଛନ୍ତି। ଗତ ମେ’ ରେ ରଣବୀରଙ୍କୁ ଏହି ଅଫର ଦିଆଯାଇଥିଲା। ସେବେଠାରୁ ରଣବୀର ଓ ନିର୍ମାତାଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। ତେବେ ରଣବୀର ଫାଇନାଲ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛନ୍ତି।

କିଛି ରିପୋର୍ଟ ଅନୁଯାୟୀ, ସୀତା ଏକ ବଡ ବଜେଟ ଫିଲ୍ମ ଯାହାକୁ ବାହୁବଳୀ ଭଳି ନିର୍ମାଣ କରାଯିବ। କଙ୍ଗନା ପୂର୍ବରୁ ଫିଲ୍ମରେ କରିନା କପୁରଙ୍କୁ ସୀତା ଚରିତ୍ର ଦିଆଯାଇଥିଲା। କିନ୍ତୁ ସେ ଅଧିକ ଫି’ ଚାର୍ଜ କରିବାରୁ ତାଙ୍କୁ ରିପ୍ଲେସ କରାଯାଇଛି। ଫିଲ୍ମର ଡାଏଲଗ୍ ଓ ଲିରିକ୍ସ ମନୋଜ ମୁନ୍ତଶିର ପ୍ରସ୍ତୁତ କରିଛି।

ବଲିଉଡରେ ଫିଲ୍ମ ‘ରାମାୟଣ’କୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହେଉଛି ଯେଉଁଥିରେ ଦୀପିକା ପାଦୁକୋନ ଓ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ରାମାୟଣ କାହାଣୀ ଉପରେ ଆଧାରିତ। କିନ୍ତୁ ‘ସୀତା’ ମାତା ସୀତାଙ୍କ କାହାଣୀ ଉପରେ ଆଧାରିତ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular