spot_img

ଫୁଲୁଛି ବୈତରଣୀର ଜଳସ୍ତର

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି | ବର୍ତ୍ତମାନ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି | ବୁଧବାର ଜଳସ୍ତର କମୁଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି | ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ୧୨ଟା ସୁଦ୍ଧା ୧୮.୪୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି | ଭଣ୍ଡାରିପୋଖରୀ ବ୍ଲକର ୪ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟାଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳ ଖଡିପଦା ପଂଚାୟତର ଦକ୍ଷିଣକୁରୁଆ, ମଲ୍ଲିକସାହି, ନଡିଆବାଗ, ଅନ୍ୟପଟେ ଡାଙ୍ଗୁଆ ପାଟଣା, ସୋହଡାରେ ପାଣି ପଶିଛି । ଧାମନଗର ବ୍ଲକର ପଧାନୀ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗୀରଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ୪ ଗୋଟି ପଂଚାୟତର ବିଭିନ୍ନ ଚାଷ ଜମିରେ ବନ୍ୟାଜଳ ମାଡି ଯାଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି । ଅନ୍ୟପଟେ କଣ୍ଟିଘାଇ ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular