ବଲିଉଡ ଅଭିନେତା ସୋନୁ ସୁଦ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା କଥା ଆଜି ଏକ ବିବୃତିରେ ଆୟକର ବିଭାଗ କହିଛି। ଏକାଦିକ୍ରମେ ତିନିଦିନ ଧରି ମୁମ୍ବାଇ ବାସଭବନ ତଲାସ କରିବା ପରେ ଏଭଳି ସୂଚନା ମିଳିଛି | ଆୟକର ବିଭାଗ କହିଛି, ଅଭିନେତା ଏବଂ ତାଙ୍କ ସହଯୋଗୀମାନଙ୍କ ଘର ତଲାସ ସମୟରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅପରାଧମୂଳକ ପ୍ରମାଣ ମିଳିଛି। ବିନା ବନ୍ଧକରେ ଅନେକ ଜାଲ୍ ସଂସ୍ଥାନରୁ ଜାଲ୍ ଋଣ ଭାବେ ଆସୁଥିବା ତାଙ୍କର ହିସାବ ବହିର୍ଭୂତ ଉପାର୍ଜନର ଉପାୟ ଖୋଜି ବାହାର କରିବା ଥିଲା ଆମର ଉଦ୍ଦେଶ୍ୟ। ଆୟକର ବିଭାଗ କହିଛି, ବିଦେଶୀ ଅନୁଦାନ ଆଇନ୍ ଉଲ୍ଲଂଘନ କରି ସୁଦ୍ଙ୍କ ଲାଭରହିତ ସଂସ୍ଥାନ ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍ଫଣ୍ଡିଙ୍ଗ୍ ପ୍ଲାଟ୍ଫର୍ମ’ ଜରିଆରେ ଦରିଆପାରି ଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି। ସୂଚାନଯୋଗ୍ୟ ଯେ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ଲୋକଙ୍କ ମୁହଁରେ ହସ ଫୁଟାଇଥିଲେ |



Visitors Today : 1
Total Visitors : 130303
Total Views : 9891806
Visitors Online Now : 0