ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ତେବେ ବଡ ଧରଣର ବନ୍ୟା ହେବ ବୋଲି ପୂର୍ବରୁ ଜଳ ସମ୍ପଦ ବିଭାଗ ଆକଳନ କରିଥିଲେ | ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ସେ କହିଛନ୍ତି, ପରିସ୍ଥିତିରେ ସୁଧାର ଆସିଛି । ହୀରାକୁଦ ଜଳ ଭଣ୍ଡାରର ଗେଟ୍ ବନ୍ଦ ହେବା ଆରମ୍ଭ ହୋଇଛି । ଆହୁରି ଗେଟ୍ ବନ୍ଦ ହୋର ସମ୍ଭାବନା ରହିଛି । ବ୍ରାହ୍ମଣୀ ନଦୀର ଜଳସ୍ତର କାମୁଛି । ଜରନାପୁରରେ ବିପଦ ସଂକେତ ତଳେ ଅଛି ବ୍ରାହ୍ମଣୀ ନଦୀ । ଆଳି ଅଂଚଳରେ ସବୁଠି ଜଳସ୍ତର କମ୍ ଅଛି । ଆଳି ଅଂଚଳରେ ବିଶେଷ ଅସୁବିଧା ହେବ ନାହିଁ । ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବାଲିଆପାଳରେ ବନ୍ଧ ଛୋଟ ଛୋଟ ଖାଇଛି । ତାହାର ମରାମତି କାମ ଚାଲିଛି । ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । ଛୋଟ ଧରଣର ବନ୍ୟା ହୋଇଛି । କୌଣସି ବିପଦ ନାହିଁ |



Visitors Today : 1
Total Visitors : 130170
Total Views : 9891616
Visitors Online Now : 0