ମୁମ୍ବାଇ: ଟିକସ ଫାଙ୍କିଥିବା ଅଭିଯୋଗ ଆଧାରରେ ଗତ ସପ୍ତାହରେ ମୁମ୍ବାଇ ବାସଭବନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଚଢ଼ାଉ ଶେଷ ହେବା ପରେ ମୌନଭଙ୍ଗ କରି ଆଜି ଅଭିନେତା ସୋନୁ ସୁଦ୍ କହିଛନ୍ତି ଯେ, ତାଙ୍କ ଫାଉଣ୍ଡେସନ୍ର ପ୍ରତିଟି ଟଙ୍କା ଜୀବନଟିଏ ବଞ୍ଚାଇବାକୁ ନିଜ ନିଜର ପାଳିକୁ ଅପେକ୍ଷା କରିଥିଲେ। ଆୟକର ବିଭାଗକୁ ଲଘୁ ସମାଲୋଚନା କରି ସେ ଆହୁରି ମଧ୍ୟ କହିଛନ୍ତି, ଚାରି ଦିନ ହେବ ଅତିଥିମାନଙ୍କୁ ଆପ୍ୟାୟିତ କରିବାରେ ବ୍ୟସ୍ତ ଥିଲି।
ସବୁ ସମୟରେ ଜଣକୁ ନିଜ କଥା ନିଜକୁ କହିବାକୁ ପଡ଼େନାହିଁ। ସମୟ କହିବ ବୋଲି ଟୁଇଟ୍ କରି ସୋନୁ ମନ୍ତବ୍ୟ ଦେଇଛନ୍ତି। ମୋର ସାମର୍ଥ୍ୟ ଏବଂ ଅନ୍ତର ଦେଇ ଭାରତବାସୀଙ୍କୁ ସେବା କରବା ପାଇଁ ପଣ କରିଛି। ମୋ ଫାଉଣ୍ଡେସନ୍ର ପ୍ରତିଟି ଟଙ୍କା ଗୋଟାଏ ମୂଲ୍ୟବାନ ଜୀବନ ରକ୍ଷା ଏବଂ ଅଭାବୀ ନିକଟରେ ପହଞ୍ଚିବାକୁ ତା’ର ପାଳିକୁ ଅପେକ୍ଷା କରିଥିଲେ। ଏଥିସହ ସେ ହିନ୍ଦୀରେ ଢଗ ଢମାଳି ପରି ଦୁଇ ଧାଡ଼ି ଲେଖିଛନ୍ତି: ‘କର୍’ ଭଲା, ହୋ ଭଲା, ଅନ୍ତ୍ ଭଲେ କା ଭଲା। ଯାହାର ଅର୍ଥ ହେଉଛି, ଭଲ କାମ କଲେ ଭଲ ଫଳ ମିଳେ। ସବୁ କାମ ଭଲ ହେଲେ ପରିଣତି ଭଲ ହୁଏ।
କୋଭିଡ୍ ସଙ୍କଟ ସମୟରେ ଲୋକୋପକାରୀ ଉଦ୍ୟମ କରି ଉଚ୍ଚ ପ୍ରଶଂସିତ ହୋଇଥିବା ୪୮ ବର୍ଷିୟ ଅଭିନେତା ସୋନୁ ୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ବୋଲି କ୍ରମାଗତ ୪ ଦିନ ଚଢ଼ାଉ ଓ ତଲାସ ପରେ ଆୟକର ବିଭାଗ ଅଭିଯୋଗ କରିଛି।
ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଦଳ ସବୁ କହୁଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଟୁଇଟ୍ କରି ଲେଖିଛନ୍ତି, ସୋନୁଜୀ ଆପଣଙ୍କୁ ଆହୁରି କ୍ଷମତା ମିଳୁ। ଆପଣ କୋଟି କୋଟି ଭାରତୀୟଙ୍କର ନାୟକ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0