ନିମାପଡା ୨୦।୯: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏଥିପାଇଁ ପିପିଲିରେ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ । ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ଫ୍ଲାଗ୍ ମାର୍ଚ୍ଚ । ପିପିଲିରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ପିପିଲି ଥାନାଠାରୁ ଏହି ଫ୍ଲାଗ୍ ମାର୍ଚ୍ଚ ବାହାରି ପିପିଲିର ବଜାର ପରିକ୍ରମା କରିଥିଲା । ପିପିଲିରେ ରାଜନୈତିକ ହିଂସାକାଣ୍ଡକୁ ଦୃଷ୍ଟିର ରଖି ବିଏସଏଫ ଯବାନ ଏନଏସିରେ ପଇଁତରା ମାରିଛନ୍ତି । ୬ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳୟ ଫୋର୍ସ ଓ ୫ ଜଣ ସିନିୟର ଅଫିସରଙ୍କ ସହ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।
ସୋମବାର ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ପୁରୀ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନାଙ୍କ ସହ ଏସଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇଥିଲେ । ବିଶେଷ କରି ଡବଲ୍ ଡୋଜ୍ ଟିକା ନେଇଥିବା ବିଏସଏଫ ଯବାନମାନେ ନିର୍ବାଚନ କାର୍ଯ୍ୟକ୍ରମରେ ରହି ପାରିବେ ବୋଲି ଜଣାପଡିଛି । ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ପୁରୀ ଏସପି କହିଥିବା ବେଳେ ଆଚରଣ ବିଧି ଉଲଂଘନ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି ଏସପି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0