spot_img

ପୁଣି ପଶ୍ଚିମବଙ୍ଗର ଦାଦାଗିରି

ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଭୟ ଦେଖାଇ ବଳପୂର୍ବକ ପାଚେରି ନିର୍ମାଣ କରୁଥିଲେ। ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ବେଶ କିଛି ଦିନ ଧରି ଶାନ୍ତ ଥିଲା ବେଳେ ପୁଣି ଚର୍ଚ୍ଚାକୁ ଆସିଛି। ପୁଣି ପଶ୍ଚିମବଙ୍ଗ ଦାଦାଗିରି କରିଛି। ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରି ନିର୍ମାଣ କାର୍ଯ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ଯ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଭୋଗରାଇ ତହସିଲଦାର ଓ ପୁଲିସ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ସ୍ଥଳରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ କହିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular