ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ | ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହୋଇ ଜେଲ ରେ ଥିଲେ | ଏହି ସମୟରେ ଶିଳ୍ପା ସେଟ୍ଟୀଙ୍କୁ ନେଇ ଅନେକ ଆଲୋଚନାର ସାମ୍ନା କରିଥିଲେ | ପୋଲିସ ମଧ୍ୟ ତାଙ୍କୁ ପଚରାଉଚରା କରିଥିଲା। ଯଦିଓ ଶିଳ୍ପା ଏସବୁରୁ ମୁକ୍ତି ପାଇବାରେ ବ୍ୟସ୍ତ ଥିଲେ ଏବଂ କିଛି ଦିନର ବ୍ରେକ୍ ପରେ ସେ ପୁଣି କାମ କରିବାକୁ ଫେରିଥିଲେ। ବର୍ତ୍ତମାନ ଶିଳ୍ପା ରାଜ କୁନ୍ଦ୍ରାଙ୍କ ଜାମିନ ପାଇବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପାଙ୍କ ପାଇଁ ଗତ କିଛି ସମୟ କୌଣସି ଝଡ଼ଠାରୁ କମ୍ ନଥିଲା। ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପଜେଟିଭ୍ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପା ଇନ୍ଦ୍ରଧନୁର ଫଟୋ ସହିତ ଲେଖିଛନ୍ତି-‘ଇନ୍ଦ୍ରଧନୁର ଅସ୍ତିତ୍ୱ ପ୍ରମାଣ କରେ ଯେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ।’



Visitors Today : 0
Total Visitors : 130423
Total Views : 9891953
Visitors Online Now : 0