ପାକିସ୍ତାନରେ ନିଜ ଜଲବା ଦେଖାଇଛନ୍ତି ହିନ୍ଦୁ ଝିଅ | ପ୍ରଥମ ଥର ପାଇଁ ପାକିସ୍ତାନ ଇତିହାସରେ ସାମିଲ ହୋଇଛନ୍ତି ହିନ୍ଦୁ ଝିଅ | ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ଅଧିକାରୀ ହୋଇଛନ୍ତି। ପାକିସ୍ତାନ ଶିକାରପୁରର ଡା. ସନା ରାମଚାନ୍ଦ ଗୁଲୱାନୀ ଏହି କୃତିତ୍ୱ ହାସଲ କରିଛନ୍ତି। ୨୭ ବର୍ଷୀୟା ସନା ତାଙ୍କର ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍ ସୁପିରିୟର୍ ସର୍ଭିସେସ (ସିଏସଏସ) ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରିଥିଲେ। ସନା ପାଞ୍ଚ ବର୍ଷ ପୂର୍ବେ ସେ ବେନଜିର ଭୁଟ୍ଟୋ ମେଡିକାଲ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଡାକ୍ତରୀ ଅଧ୍ୟୟନ କରିଥିବା ସନା କହିଥିଲେ ଯେ, ତାଙ୍କ ମାତାପିତା ମୋତେ କେବେ ପ୍ରଶାସନିକ ସେବାକୁ ଯିବାକୁ ଚାହାଁନ୍ତି ନାହିଁ। ସେ ଚାହୁଁଥିଲେ ମୁଁ ଡାକ୍ତରୀ କ୍ଷେତ୍ରରେ ସେବା କରିବି। ସେଥିପାଇଁ ମୁଁ ପ୍ରଥମେ ମାତାପିତାଙ୍କ ଲକ୍ଷ୍ୟ ପୂରଣ କଲି। ଏହା ପରେ ମୁଁ ମୋ ଟାର୍ଗେଟ ପୂରଣ କରିଛି। ସନା ଗତ ମେ ‘ମାସରେ ଏହି ପରୀକ୍ଷା କୃତକାର୍ଯ୍ୟ ହୋଇଥିଲେ। ତେବେ ସେପ୍ଟେମ୍ବରରେ ତାଙ୍କୁ ନିଯୁକ୍ତି ମିଳିଛି। ଭାରତଠାରୁ ଅଲଗା ହେବା ପରଠାରୁ କୌଣସି ହିନ୍ଦୁ ଝିଅ ପାକିସ୍ତାନରେ ପ୍ରଶାସନିକ ସେବାରେ ନାହାଁନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0