ଆଗକୁ ଗୋଆ ରେ ହେବାକୁ ଯାଉଛି ନିର୍ବାଚନ | ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଆ ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି | ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କେଜ୍ରିୱାଲଙ୍କ ଆପ୍ ଅଣ୍ଟା ଭିଡ଼ିଛି। ଆଜି ଏଥିପାଇଁ କେଜ୍ରିୱାଲ ଗୋଆ ଗସ୍ତ କରି ରାଜ୍ୟବାସୀଙ୍କୁ ୭ଟି ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଯାଇ କହିଛନ୍ତି, ଯଦି ଆପ୍ କ୍ଷମତା ଆସିବ, ତା’ହେଲେ ଦୁର୍ନୀତି ବିରୋଧରେ ଲଢ଼ିବ। ଏଥିସହ ପ୍ରତି ପରିବାରର ଜଣଙ୍କୁ ଚାକିରି ମିଳିବ। ଗୋଆ ଗୋଟିଏ ସୁନ୍ଦର ରାଜ୍ୟ। ଏଠାକାର ଲୋକ ବହୁତ ଭଲ। ଗୋଆକୁ ଭଗବାନ ସବୁ କିଛି ଦେଇଛନ୍ତି। ସେହିପରି ଚାକିରି ପାଇ ନଥିବା ଲୋକଙ୍କୁ ମାସିକ ୩ରୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ଓ ଘରୋଇ ସେକ୍ଟରରେ ଗୋଆବାସୀଙ୍କ ପାଇଁ ୮୦% ପଦ ସଂରକ୍ଷିତ ହୋଇ ରହିବ ବୋଲି କେଜ୍ରିୱାଲ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ରାଜନେତା ଓ ରାଜନୀତିକ ଦଳଗୁଡ଼ିକ ସବୁ କିଛି ଲୁଟି ନେଉଛନ୍ତି। ଆମେ ଏହାକୁ ରୋକିବାକୁ ବିସ୍ତୃତ ଯୋଜନା କରିଛୁ। ଗୋଆ ସାଧାରଣତଃ ପର୍ଯ୍ୟଟନ ଉପରେ ନିର୍ଭର କରେ। କରୋନା ପାଇଁ ରାଜ୍ୟକୁ ଆର୍ଥିକ କ୍ଷତି ହୋଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0