spot_img

କୃଷକଙ୍କ ହିତ ପାଇଁ ମୁଣ୍ଡ କାଟି ପାରିବି : ଚରଣଜିତ ସିଂହ ଚନ୍ନୀ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଶାସନିକ ସ୍ତରରେ ବଡ ଅଦଳ ବଦଳ ହୋଇଛି । ଚରଣଜିତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କି ପଞ୍ଜାବର ସମସ୍ତ କୃଷକଙ୍କ ଋଣ ଛାଡ କରାଯିବ । ସେ କହିଛନ୍ତି କି ତାଙ୍କ ସରକାର ସମୟରେ ଯଦି ରାଜ୍ୟର କୃଷକମାନେ କୌଣସି ପରିସ୍ଥିତିରେ ପ୍ରଶାସନିକ ସେବା ପାଇବାରୁ ବଞ୍ଚିତ ହୁଅନ୍ତି ତେବେ ସେ ନିଜେ ତାଙ୍କ ପାଦତଳେ ମୁଣ୍ଡକାଟି ରଖିଦେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଆଇଏସ ଅଧିକାରୀ ହୁସ୍ନ ଲାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସପାଲ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ଆଇଏସ ତେଜବୀର ସିଂଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular