ଚଳିତ ବର୍ଷ ନଭେମ୍ବର ୧୪ ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଉ। ଶୁଣାଣି ସମୟରେ କୋର୍ଟ ଏହାକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ସବୁଠାରୁ ଉପଯୁକ୍ତ। ୨୦୨୨ରୁ ନୁହେଁ ଚଳିତ ବର୍ଷଠାରୁ ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀେରେ ମହିଳାମାନଙ୍କୁ ୨୦୨୨ ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ। ମଙ୍ଗଳବାର ଦାଖଲ ହୋଇଥିବା ଏକ ଆଫିଡେଭିଟ୍ରେ କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ମହିଳା ଅଧିକାରୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ମାନ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0