ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମହିଳାଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କୁ କଡା ଚେତାବନୀ ଦେଇଛନ୍ତି | ଉତ୍ତରପ୍ରଦେଶ ସମ୍ଭଲ କେଲାଦେବୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ୨୭୫ କୋଟି କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଏହି ଅବସରରେ ବିରୋଧୀ ସମାଜବାଦୀ ପାର୍ଟିକୁ ଯୋଗୀ ମହିଳା , ଶିଶୁ, ଦଳିତ, ଅନଗ୍ରସର ଓ ହିନ୍ଦୁ ବିରୋଧୀ ସାଙ୍ଗକୁ ବିକାଶ ବିରୋଧୀ ବୋଲି କହିଛନ୍ତି। ଯୋଗୀ ତାଙ୍କ ଭାଷଣରେ କରୋନା କାଳକୁ ମଧ୍ୟ ପ୍ରସଙ୍ଗ କରିଥିଲେ। ଯେତେବେଳେ ବିରୋଧୀ ଘରେ ବସି ଟ୍ୱିଟରରେ ସରକାରଙ୍କ କାର୍ଯ୍ୟର ସମାଲୋଚନା କରୁଥିଲେ ସେତେବେଳେ ସରକାର ଜନତାଙ୍କ ସହ ରହି ଜନତାଙ୍କ ଲାଗି କାମ କରୁଥିଲେ ବୋଲି କହଛନ୍ତି। ଜନସମାବେଶକୁ ସମ୍ବୋଧିତ କରି ସମ୍ଭଲ ଜନପଦର ଐତିହାସିକ ଅତୀତ ରହିଛି, ହେଲେ ଏଠି ବି ତାଲିବାନ ସମର୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଲାଣି ବୋଲି ଯୋଗୀ କହିଛନ୍ତି। ଭାରତ ବିରୋଧୀ ତତ୍ୱଙ୍କୁ କେବେବି ବରଦାସ୍ତ କରାଯିବନି ବୋଲି ଯୋଗୀ ସତର୍କ କରିଥିବା ବେଳେ ଆଇନ ପରିସରରେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି। ରାଜ୍ୟରେ ମା ଓ ଭଉଣୀଙ୍କ ସମ୍ମାନ ପ୍ରତି ଯଦି କେହି ଆଞ୍ଚ ବି ଆଣେ ତାର ପରିସ୍ଥିତି ମହାଭାରତର ଦୁର୍ଯ୍ୟୋଧନ ଓ ଦୁଃଶାସନ ଭଳି ହେବ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0