କଲର୍ସ ଟିଭିର ଲୋକପ୍ରିୟ ଶୋ ଖତରୋ କେ ଖିଲାଡି -୧୧ । ଯେଉଁଠାରେ ଦିବ୍ୟଙ୍କା ତ୍ରିପାଠୀ, ରାହୁଲ ବୈଦ, ଅର୍ଜୁନ ବିଜଲାନି, ବରୁଣ ସୁଦ, ବିଶାଲ, ଆଦିତ୍ୟ ସିଂ ଏବଂ ଶ୍ୱେତା ସିଂ ଫାଇନାଲରେ ପହଞ୍ଚିଥିଲେ। ଗତ କିଛି ଦିନ ମୁମ୍ବାଇର ଫିଲ୍ମ ସିଟିରେ ଫାଇନାଲ୍ ଏପିସୋଡର ସୁଟିଂ କରାଯାଇଥିଲା ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ବିଜେତାଙ୍କ ନାମକୁ ନେଇ ସମସ୍ତଙ୍କର କଳ୍ପନାଜଳ୍ପନା କରାଯାଉଛି। କୁହାଯାଉଛି ଯେ ଶୋ’ରେ ଅଭିନେତା ଅର୍ଜୁନ ବିଜ୍ଲାନି ଜିତିଛନ୍ତି । ଏନେଇ ସୋସିଆଲ ମିଡିଆରେ ଅର୍ଜୁନଙ୍କ ନାଁ ଖୁବ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି । କେବଳ ଏତିକି ନୁହଁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। ତେବେ ସୋସିଆଲ ମିଡିଆରେ ଏକ ଆଲୋଚନା ହେଉଛି ଯେ ଫାଇନାଲରେ ଅର୍ଜୁନ ବିଜଲାନି ଏବଂ ଦିବ୍ୟଙ୍କା ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଯେଉଁଠାରେ ଅର୍ଜୁନ ଏହି ସିଜନରେ ଜିତିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0