spot_img

ଜାଭେଦ ଅଖତରଙ୍କୁ ନୋଟିସ

ପୁଣି ଅଡୁଆରେ ପଡିଯାଇଛନ୍ତି ଗୀତିକାର ଜାଭେଦ ଅଖତର। ରାଷ୍ଟ୍ରିୟ ସ୍ୱୟଂସେବକ ସଂଘକୁ ତାଲିବାନ ସହିତ ତୁଳନା କରି ଅଡୁଆରେ ଜାଭେଦ | ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ଏବଂ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଛି। କିଛି ଦିନ ପୂର୍ବରୁ ଜାଭେଦ ଅଖତର ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହ ତୁଳନା କରିଥିଲେ। ତାଙ୍କର ଏହି ବୟାନ ପରେ ବିଜେପି ଓ ଶିବସେନା ତାଙ୍କୁ ଟାର୍ଗେଟ କରିଥିଲା। ଓକିଲ ନୋଟିସରେ ଦାବି କରିଛନ୍ତି ଯେ ଏହିଭଳି ବୟାନ ଦେଇ ଜାଭେଦ ଅଖତର ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ (ମାନହାନି) ଓ ୫୦୦ (ମାନହାନି ଦଣ୍ଡ) ଅନୁଯାୟୀ ଅପରାଧ କରିଛନ୍ତି। ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତାରକାର ପରେ ଜାଭେଦ ଅଖତର କହିଥିଲେ ଯେ, ‘ଯେଉଁଭଳି ତାଲିବାନ ଇସ୍ଲାମିକ ଷ୍ଟେଟ ଗଠନ କରିବାକୁ ଚାହୁଁଛି ସେହିଭଳି ଏଠାରେ ମଧ୍ୟ କିଛି ଲୋକ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛନ୍ତି। ଏମାନଙ୍କ ମାନସିକତା ଏକ ପ୍ରକାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular