spot_img

ଚାରା ରୋପଣ କରି ଲାଭବାନ ଯୁବ ବ୍ୟବସାୟୀ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଞ୍ଚଳର ମହାଖଳା ଗ୍ରାମର ଦୀର୍ଘ ୧୩ବର୍ଷ ତଳୁ ଅବିନାଶ ରାଉତଙ୍କ ଦ୍ବାରା ଆରମ୍ଭ ହୋଇଥିବା ମା ତାରିଣୀ ପ୍ଲାଣ୍ଟେସନ ନର୍ସରି ର ବାସ୍ତବ କଥା, ବର୍ତ୍ତମାନ ଅବିନାଶ ୩୮ବର୍ଷ ବୟସରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି, ଗ୍ରାଜୁଏଟ ଡିଗ୍ରୀ ହାସଲ କରି ଅଭିନବ ପ୍ରୟାସ ରେ କରୁଛନ୍ତି ରୋଜଗାର, ଯାହା ଅବିନାଶ ୨୦୦୮ ମସିହାରୁ ୫୦୦୦ହଜାର ଟଙ୍କା ଖର୍ଚ୍ଚ କରି ୫୦୦୦ ଚାରା ରୁ ଆରମ୍ଭ କରିଥିବା ମା ତାରିଣୀ ନର୍ସରି ଆଜି ୫ଲକ୍ଷ ଚାରାରେ ପହଞ୍ଚିଛି। ପ୍ରଥମେ ଅବିନାଶ ନିଜ ବାଡ଼ିରେ ଦୁଇ ଗୁଣ୍ଠ ଜାଗାରେ ଆରମ୍ଭ ହୋଇଥିବା ନର୍ସରି ଏବେ ଚାରି ଏକର ନିଜସ୍ୱ ଜମିରେ ଚାରା ରୋପଣ କରିବା ସହ ବେଶ ଭଲ ଦାମ ରେ ବିକ୍ରି ହେଉଛି। ପ୍ରଥମେ ନିଜସ୍ୱ ଉଦ୍ୟମରେ ଏକା ଏକା ଆରମ୍ଭ କରିଥିବା ନର୍ସରିରୁ ଅବିନାଶଙ୍କ ବେଶ ଲାଭବାନ ହେବା ସହିତ ୪୦ ଯୁବକ ଯୁବତୀଙ୍କୁ ଦେଇଛନ୍ତି ରୋଜଗାର, ନିତିଦିନିଆ କର୍ମ ଯୋଗାଇ ଦେବା ସହ ଅନ୍ୟ ମାନଙ୍କୁ ଦେଇଛନ୍ତି କର୍ମ ନିଯୁକ୍ତି। ଏଭଳି ଚାରା ରୋପଣ ସହ ବିକ୍ରି କରି ମାସିକ ଏକ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି ଅବିନାଶ। ଅବିନାଶ ନିଜେ ବୃକ୍ଷ ରୋପଣ କରିବା ସହିତ କୋରନା ମହାମାରୀ ସମୟରେ ଲୋକଙ୍କୁ କର୍ମ ଯୋଗାଇ ଦୁଇ ପଇସା ରୋଜଗାର ଦେଇଥିବା କହିଛନ୍ତି ସ୍ଥାନୀୟ କର୍ମ ଜୀବୀ ମହିଳା,ଅବିନାଶ ଆମକୁ କର୍ମ ଯୋଗାଇ ଦେବା ସହ ଆମ ପାଇଁ ସେ ଭଗବାନ ପାଲଟିଛନ୍ତି, ସୁଖ ଦୁଃଖ ରେ ସବୁ ସମୟରେ ସେ ଆମ ପାଖରେ ଅଛନ୍ତି ବୋଲି କହିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular