ଉଦୟପୁର-ଦିଘା ବିଚ ଓଡ଼ିଶା ସୀମା ଭିତରେ ନିଜେ ତିଆରି କରିଥିବା ପାଚେରି ଭାଙ୍ଗିଲା ପଶ୍ଚିମବଙ୍ଗ । ୧୪୪ ଧାରା ଲାଗୁ ହୋଇଥିବାରୁ ବେଆଇନ୍ ନିର୍ମାଣ କରିଥିଲା ପଶ୍ଚିମବଙ୍ଗ । ୨୦୧୮ରେ ପଶ୍ଚିମବଙ୍ଗ ସରକାର ଉଦୟପୁର ରାସ୍ତାରେ ଫଳକ ଲଗାଇବା ପରେ ଓଡ଼ିଶା ପ୍ରଶାସନ ଏହାକୁ ହଟାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୨୦ରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ନିଜ ଅଧିକାରକୁ ନେବାକୁ ଚେଷ୍ଟା ବିଫଳ ହୋଇଥିଲା । ଏବେ ଦିଘା ବିଚ୍ରେ ବେଆଇନ ଭାବେ ପାଚେରୀ ନିର୍ମାଣ ଚଳାଇଥିଲା ପଶ୍ଚିମବଙ୍ଗ । ଚଳିତ ମାସ ୭ ତାରିଖ ଦିନ ପଶ୍ଚିମବଙ୍ଗର ପ୍ରଶାସନ ଓଡିଶାର ଉଦୟପୁର ମନୋରମ ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇ ଓଡିଶା ଭିତରକୁ ପଶି ପାଚେରୀ ନିର୍ମାଣ କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହିତ ପ୍ରଶାସନକୁ ଅବଗତ କରିଥିଲେ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ୧୪୪ ଧାରା ଲାଗୁ କରିଥିଲେ । ୨୧ ତାରିଖ ୧୪୪ ଧାରାକୁ ଉଲ୍ଲଙ୍ଘନ କରି ପୁଣି ଥରେ ପାଚେରୀ ନିର୍ମାଣ କରିବାକୁ ଉଦ୍ୟମ କରିଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0