spot_img

ଗିରଫ ହେଲେ ମୋଟୁ ଥାନା IIC

ମାଲକାନଗିରି ମୋଟୁ ଥାନା IIC ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ନଖରାକୁ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୋଟୁ ଆଇଆଇସି । ଖୋର୍ଦ୍ଧା ନିକଟରେ ସୁଶାନ୍ତଙ୍କୁ ଧରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ମୋଟୁ ଥାନା IIC । ପରେ ମୋଟୁ ଥାନା IICଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ପତ୍ନୀଙ୍କ ନାଁରେ କିଣିଥିବା ପ୍ଲଟ ସେଲଡିଡ୍ ମିଳିଥିଲା । ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ମୂଲ୍ୟରେ କିଣିଥିଲେ । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular