କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁଣାଣି କାଳରେ କହିଛନ୍ତି ଯେ ଯଦି କେହି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ କରିଥାନ୍ତି ମୃତ୍ୟୁର କାରଣ କରୋନା ହେବା ସହ ମୃତ୍ୟୁ ପ୍ରମାଣ ପତ୍ରରେ ‘କୋଭିଡ ମୃତ୍ୟୁ’ ଦର୍ଶା ଯାଇପାରିବ। କରୋନା ମୃତ୍ୟୁରେ କ୍ଷତିପୂରଣ ମାମଲାର ରାୟ ସୁପ୍ରିମକୋର୍ଟ ଗୁରୁବାର ସଂରକ୍ଷିତ ରଖିଛନ୍ତି। ଶୁଣାଣିରେ କୋର୍ଟ କରୋନା ମୃତ୍ୟୁ, ଡେଥ ସାର୍ଟିଫିକେଟରେ ମୃତ୍ୟୁର କାରଣ ଓ କ୍ଷତିପୂରଣ ନେଇ ଶୁଣାଣି କରିଛନ୍ତି। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏ ନେଇ କୋର୍ଟଙ୍କ ଆଦେଶ ମିଳିବା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ (ଏନଡିଏମଏ)ଙ୍କୁ ଗାଇଡଲାଇନ ପ୍ରସ୍ତୁତ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଏହି କ୍ଷତିପୂରଣ ରାଜି ରାଜ୍ୟ ବିପର୍ଯ୍ୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ଯୋଗାଇ ଦିଆଯିବ। ସଂକ୍ରମଣର ୩୦ ଦିନ ମଧ୍ୟରେ ଯେଉଁ ପ୍ରକାର ମୃତ୍ୟୁ ହେଲେବି ଏହାକୁ କରୋନା ମୃତ୍ୟୁ ହିଁ ସ୍ୱୀକାର କରାଯିବ ବୋଲି ତୁଷାର ମେହେଟ୍ଟା କହିଛନ୍ତି। ତେବେ ଭାରତ ଭଳି ଏକ ଜନବହୂଳ ଦେଶରେ ବିଭିନ୍ନ ସମସ୍ୟା ଓ ବିପରୀତ ପରିସ୍ଥିତି ସତ୍ତ୍ୱେ କୋଭିଡ କ୍ଷତିପୂରଣ ଲାଗି ସରକାରଙ୍କ ପଦକ୍ଷେପକୁ କୋର୍ଟ ଉଚ୍ଚ ପ୍ରଶଂସା କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0