ବିବାହ ବନ୍ଧନରେ ଦୁଇଟି ଶରୀର ନୁହେଁ ବରଂ ଦୁଇଟି ଆତ୍ମାର ମିଳନ ହୋଇଥାଏ | ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଘଟିଛି ଏକ ଅଭାବନୀୟ ଘଟଣା | ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ବେଳର ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତେବେ ସ୍ତ୍ରୀକୁ ଆତ୍ମହତ୍ୟା ପାଇଁ ଉସୁକାଇବା ସହିତ ଏଭଳି ଏକ ଘଟଣାର ଭିଡିଓ କରୁଥିବାରୁ ପୁଲିସ ସଂପୃକ୍ତ ସ୍ବାମୀଙ୍କୁ ଗିରଫ କରିଛି। ୨୯ ବର୍ଷୀୟ କୋଣ୍ଡାମ୍ମା ୧୨ ବର୍ଷ ତଳେ ପେଞ୍ଚାଲିଆ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ଦମ୍ପତି ଅତ୍ମାକୁର ସହରର ଜେଆର ପେଟାରେ ରହୁଥିଲେ। ବାହାଘରର ୧୨ ବର୍ଷ ପରେ ହଠାତ୍ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କୋଣ୍ଡାମ୍ମା ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ପେଞ୍ଚାଲିଆ ତାଙ୍କୁ ଆଦୌ ଅଟକାଇ ନଥିଲେ। ବରଂ ମୋବାଇଲରେ ସେ କେମିତି ଆତ୍ମହତ୍ୟା କରୁଛନ୍ତି, ତା’ର ଦୃଶ୍ୟକୁ ରେକର୍ଡିଂ କରିଥିଲେ। ଖାଲି ସେତିକି ନୁହେଁ, ଏହାପରେ ସେ ପରିବାର ଲୋକଙ୍କୁ ପତ୍ନୀ ଆତ୍ମହତ୍ୟା କିପରି କରୁଛନ୍ତି ତାହାର ଭିଡିଓ ପଠାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0