spot_img

ସମ୍ଭାବ୍ୟ ବାତ୍ୟାର ସତର୍କ ସୂଚନା

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି। ପଶ୍ଚିମାଭିମୁଖୀ ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ବିଶାଖାପାଟଣା ଏବଂ ଗୋପାଳପୁର ଓ କଳିଙ୍ଗପଟନମ୍ ଅଞ୍ଚଳ ଦେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଉତ୍ତର ଓ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହୋଇ ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି କରିଛି। ଗତ ୬ ଘଣ୍ଟା ମଧ୍ୟରେ ଉପରୋକ୍ତ ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମାଭିମୁଖୀ ହେବା ସହ ଆଜି ଭୋର୍‌ ୫.୩୦ ବେଳକୁ ଉତ୍ତର ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular