ଆଜି ରାଷ୍ଟ୍ରପତି ଭବନରୁ ‘ଭର୍ଚ୍ୟୁଆଲ୍’ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ଷ ୨୦୧୯-୨୦ ପାଇଁ ‘ରାଷ୍ଟ୍ରୀୟ ସେବା ଯୋଜନା ପୁରସ୍କାର’ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ସୁଷମା ସ୍ବରାଜ ଭବନରୁ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ଅନୁରାଗ ଠାକୁର କହିଛନ୍ତି, ରାଷ୍ଟ୍ରଗଠନରେ ନାରୀମାନେ ବ୍ୟାପକ ଭୂମିକା ଗ୍ରହଣ କରୁଥିବା କଥା ପୁରସ୍କୃତ ହୋଇଥିବା ବ୍ୟକ୍ତିତ୍ବଙ୍କ ସଂଖ୍ୟାରୁ ଜଣାପଡୁଛି। ବିଶ୍ବବିଦ୍ୟାଳୟ କିଂବା କଲେଜ, (+୨) ପରିଷଦ୍, ‘ସିନିୟର୍ ସେକେଣ୍ଡାରି’, ‘ଏନ୍ଏସ୍ଏସ୍ ୟୁନିଟ୍’ କିଂବା ‘କାର୍ଯ୍ୟକ୍ରମ ଅଧିକାରୀ’ ଓ ‘ଏନ୍ଏସ୍ଏସ୍’ ସ୍ବେଚ୍ଛାସେବୀମାନଙ୍କ ଭଳି ତିନୋଟି ଭିନ୍ନ ଭିନ୍ନ ବର୍ଗରେ ସମୁଦାୟ ୪୨ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇଜଣ ପୁରସ୍କୃତ ହୋଇଛନ୍ତି। ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କୋବିନ୍ଦ କହିଲେ, ପୁରସ୍କାରପ୍ରାପ୍ତ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମାନବ ଜୀବନର ଅଟ୍ଟାଳିକା ସର୍ବଦା ଛାତ୍ର ଜୀବନର ମୂଳଦୁଆ ଉପରେ ନିର୍ମାଣ ହୋଇଥାଏ। ଜୀବନ ଶିକ୍ଷାର ଏକ ଧାରା ହୋଇଥିଲେ ବି ମୌଳିକ ବ୍ୟକ୍ତିତ୍ବ ବିକାଶ ଛାତ୍ର ଜୀବନରୁ ହିଁ ଆରମ୍ଭ ହୋଇଥାଏ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0