spot_img

ବଳଙ୍ଗା ଥାନା ବିସ୍ପୋରଣ ଘଟଣା : ପ୍ରତିକ୍ରିୟା ରଖିଲେ ସମ୍ବିତ ପାତ୍ର

ବିଳମ୍ବିତ ରାତିରେ ଏକ ବିସ୍ଫୋରଣ ପୁରୀର ବଳଙ୍ଗା ପୋଲିସ ଷ୍ଟେସନରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ବିସ୍ପୋରଣରେ ଥାନା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନି କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉପ-ନିର୍ବାଚନ ପୁର୍ବରୁ ଏପରି ଘଟଣା ବୁଥ୍ ସୁରକ୍ଷିତ ନେଇ ମଧ୍ୟ ବିଜେପି ପ୍ରଶ୍ନ କରିଛି । ସମ୍ବିତ ଏହା ମଧ୍ୟ କହିଥିଲେ ଯେ ଯଦି ରକ୍ଷକ ସୁରକ୍ଷିତ ନୁହଁନ୍ତି ତେବେ ସେମାନେ କିପରି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ । ତେବେ ପୋଲିସ ପକ୍ଷରୁ ଥାନାଭିତରେ ବାଣ ଥିବା କୁହାଯାଇଥିବା ବେଳେ ଏହା କଣ ପାଇଁ ଥାନ ଭିତରେ ଥିଲା ଏବଂ ଏହାକୁ କାହିଁକି ନଷ୍ଟ କରାଯାଇ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ବିସ୍ପୋରଣ ଥାନା ଭିତରୁ ବା ବାହର ପଟରୁ ହୋଇଛି ଏହାର ଯଥା ଶିଘ୍ର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular