ଆଜି କଲିକତା ହାଇକୋର୍ଟ ଉପନିର୍ବାଚନକୁ ବାତିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବାତିଲ ଆବେଦନକୁ ଖାରଜ କରି ନିର୍ଦ୍ଧାରିତ ହୋଇଥିବା ତାରିଖରେ ହିଁ ମତଦାନ ହେବ ବୋଲି କହିଛନ୍ତି ହାଇକୋର୍ଟ । ପଶ୍ଚିମବଙ୍ଗର ଭବାନୀପୁରରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ଜାରି କରିଥିବା ପ୍ରେସ ନୋଟକୁ ନେଇ ନିର୍ବାଚନ ବାତିଲ ପାଇଁ କଲିକତା ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆବେଦନକାରୀ ଦାବି କରିଥିଲେ ଯେ, ନିର୍ବାଚନ କମିସନ ଜାରି କରିଥିବା ପ୍ରେସ ନୋଟରେ କୁହାଯାଇଥିଲା, ସାମ୍ବିଧାନିକ ଆବଶ୍ୟକତା ଏବଂ ପଶ୍ଚିମବଙ୍ଗର ସ୍ବତନ୍ତ୍ର ଅନୁରୋଧକୁ ବିଚାର କରି ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟ ସଚିବଙ୍କ ଏଭଳି ଚିଠିଟି ଭାରତୀୟ ସମ୍ବିଧାନ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ। ତେଣୁ ଏହାକୁ ବାତିଲ କରାଯାଉ । ତେବେ ଏଭଳି ସ୍ଥିତିରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଉପନିର୍ବାଚନ ବାତିଲ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ, ଯେହେତୁ ସେପ୍ଟେମ୍ବର ୪, ୨୦୨୧ ତାରିଖ ଦିନ ଏକ ପ୍ରେସ ନୋଟ୍ ପ୍ରଦାନ ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତେଣୁ ମତଦାନ ସେପ୍ଟେମ୍ବର ୩୦,୨୦୨୧ ରେ ହେବ। ଆମେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0