କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ ସାମ୍ବାଦିକ ମାନଙ୍କ ତରଫରୁ ଯୁବ ସାମ୍ବାଦିକ ଦିବଂଗତ ଅରିନ୍ଦମ ଙ୍କ ପାଇଁ ନିରବ ପ୍ରାର୍ଥନା ସହ କ୍ୟାଣ୍ଡଲ ଶୋଭାଯାତ୍ରା କରା ଯାଇଥିଲା।ଏହି କ୍ୟାଣ୍ଡଲ ଶୋଭାଯାତ୍ରା କଣ୍ଟପଡ଼ା ବଜାର ଶେଷ ମୁଣ୍ଡରୁ ବାହାରି ଷ୍ଟ୍ରୁକଚର ଛକ ଦେଇ ରାଜକନିକା ଥାନା ପର୍ଯ୍ୟନ୍ତ ପରିକ୍ରମା କରି ଥିଲେ।ସେଠାରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଏପରି ଏକ ନିର୍ଭୀକ, ଦୁଃସାହସି,କର୍ତର୍ବ୍ୟନିଷ୍ଟ ବନ୍ଧୁ ଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଛନ୍ତି।ଖବର ସଂଗ୍ରହ କରିବା ପାଇଁ ଯାଇ, ନିଜେ ହୋଇ ଗଲେ ଖବର।ତାଙ୍କର ସ୍ୱର ଆଉ ଶୁଣିବାକୁ ମିଳିବ ନାହିଁ।ଯୁବାବସ୍ଥାରେ ସେ ଜିରୋ ଗ୍ରାଉଣ୍ଡ ରୁ ସମ୍ବାଦ ସଂଗ୍ରହ କରିବା ଥିଲା, ତାଙ୍କର ନିଶା ଓ ପେଶା ଏବଂ ମୂଳ ଲକ୍ଷ୍ୟ। ସେ ନିଜେ ପ୍ରକୃତ ସତ୍ୟ ଓ ସଠିକ୍ ତଥ୍ୟ ଉପସ୍ଥାପନ କରିପାରୁଥିଲେ।ତାଙ୍କର ଅମର ଆତ୍ମାର ସଦଗତି ,ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା,ଏପରି ସମୟରେ ତାଙ୍କ ପରିବାରକୁ ଧର୍ଯ୍ୟ ଧରିବାର ଶକ୍ତି ଦିଅନ୍ତୁ।ତାଙ୍କର ଦେହାନ୍ତରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0