spot_img

ଦାନ୍ତ ନ ଉଠିବାରୁ ମୋଦିଙ୍କୁ ଚିଠି

ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି | ଆସାମର ଦୁଇ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଦୁହେଁ ଚିଠିରେ ସେମାନଙ୍କୁ ଅଜବ ଅନୁରୋଧ କରିଛନ୍ତି । ବୟସ ଦାନ୍ତ ଉଠିବାରେ ବିଳମ୍ବ ହେଉଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସେମାନେ ଅଭିଯୋଗ କରିଛନ୍ତି । ଦାନ୍ତ ନ ଉଠିବା ଯୋଗୁ ଭାଇ ଭଉଣୀ ଖୁବ୍‌ ଚିନ୍ତାରେ ପଡ଼ିଛନ୍ତି । ସେଥିପାଇଁ ସେମାନେ ନିଜ ନିଜ ପସନ୍ଦର ଖାଦ୍ୟ ଚୋବାଇ ପାରୁନାହାନ୍ତି । ସେମାନଙ୍କ ଦାଦା ମୁଖତାର ଅହମଦ ଫେସ୍‌ବୁକ୍‌ରେ ଚିଠିଦ୍ୱୟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ‘ମୋ ଝିଆରି ରଜା ଓ ପୁତୁରା ଆର୍ଯ୍ୟନଠାରୁ. ହିମନ୍ତ ବିଶ୍ୱ ଶର୍ମା ଓ ନରେନ୍ଦ୍ର ମୋଦିଙ୍କୁ ଚିଠି । ମୋତେ ବିଶ୍ୱାସ କରନ୍ତୁ, ମୁଁ ଘରେ ନାହିଁ, ଡ୍ୟୁଟିରେ ଅଛି । ମୋ ଝିଆରି ଓ ପୁତୁରା ନିଜେ ଏହି ଚିଠି ଲେଖିଛନ୍ତି । ରଜା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠିରେ ଲେଖିଛନ୍ତି ‘ଆଦରଣୀୟ ହିମନ୍ତ ମାମା, ମୋର ୫ଟି ଦାନ୍ତ ଉଠୁନାହିଁ । ଦୟାକରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ, କାରଣ ପସନ୍ଦର ଖାଦ୍ୟ ମୁଁ ଚୋବାଇ ପାରୁନାହିଁ ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular