spot_img

ପାକିସ୍ତାନରେ ସକ୍ରିୟ ଅଛନ୍ତି ୧୨ ଆତଙ୍କବାଦୀ ସଂଗଠନ

ପାକିସ୍ତାନ ଓ ଆତଙ୍କବାଦର ସମ୍ପର୍କ କାହାକୁ ଅଛପା । ଯେଉଁଠି ଆତଙ୍କବାଦର ନାଁ ଉଠେ ସେଠି ପାକିସ୍ତାନର ନାଁ ବି ଚର୍ଚ୍ଚାକୁ ଆସେ। ଆଉ ପାକର ଭାରତ ସହ ଶତ୍ରୁତା ବିଷୟରେ ତ ନକହିବା ଭଲ। ଜାତିସଙ୍ଘ ଭଳି ମଞ୍ଚରେ ବି ପାକ୍ ଅଧିକାରୀ ଭାରତ ବିରୁଦ୍ଧରେ ବିଷ ଓଗାଳିବାରୁ ପଛାନ୍ତି ନାହିଁ । ଆତଙ୍କବାଦ ଉପରେ ଆମେରିକାର ସ୍ୱତନ୍ତ୍ର କଂଗ୍ରେସନଲ ରିସର୍ଚ୍ଚ ସର୍ଭିସ (CRS) ରିପୋର୍ଟରେ ପାକିସ୍ତାନକୁ ନେଇ ବଡ ଖୁଲାସା ହୋଇଛି। ପାକିସ୍ତାନରେ ୧୨ ଟି ବର୍ବର ଆତଙ୍କବାଦୀ ସଂଗଠନ ଅଛି। ସେଥିରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ୫ କୁକ୍ଷାତ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି ଭାରତ। ଆମେରିକାର ଅଧିକାରୀମାନେ ପାକିସ୍ତାନକୁ ଅନେକ ସଶସ୍ତ୍ର ତଥା ଅଣ-ରାଜ୍ୟ ଆତଙ୍କବାଦୀ ସଂଗଠନ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରିଛନ୍ତି ଯେଉଁଠାରୁ କି ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular