ବିଜେପି ଛାଡ଼ି ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଦେଇଛନ୍ତି କଡ଼ା ଟିପ୍ପଣୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ। ସେ କହିଛନ୍ତି ଯେ, ଦିଲ୍ଲୀରେ ମୋର ୭-୮ ବର୍ଷର ରହଣି ଭିତରେ ମୁଁ ଏତିକି ଜାଣିଛି ଯେ, ପ୍ରଧାନମନ୍ତ୍ରୀଙ୍କର ବେଙ୍ଗଲିଙ୍କ ଉପରେ ବିଶ୍ୱାସ ନାହିଁ । ଏମିତିକି ବେଙ୍ଗଲବାସୀଙ୍କ ସହ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରେ ମୋଦି ସକ୍ଷମ ହୋଇ ପାରିନାହାନ୍ତି ବୋଲି କହିଛନ୍ତି। ଟିଏମସିରେ ଯୋଗ ଦେବା ପରେ ପ୍ରଥମଥର ପାଇଁ ସେ ପ୍ରଧାମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି। ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ମୁଁ ଦିଦିଙ୍କ ନେତୃତ୍ୱରେ ବେଙ୍ଗଲବାସୀଙ୍କର ସେବା କରିବାକୁ ଆସିଛି। ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବାବୁଲ ସୁପ୍ରିୟୋ ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାଜନୀତିରେ ଯୋଗଦେବାକୁ ପ୍ରେରଣା ଯୋଗାଇଥିଲେ। ତାଙ୍କୁ ନରେନ୍ଦ୍ର ମୋଦିସରକାରରେ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0