ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। କଂଗ୍ରେସରେ ମିଳିଥିବା ଅପମାନ ସହ୍ୟ କରି ହେଉ ନ ଥିବା ସେ କହିଛନ୍ତି। ଏବେ କଂଗ୍ରେସରେ ରହିଛି, ମାତ୍ର ଆଗକୁ ଦଳରେ ରହିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେ ଦିଲ୍ଲୀ ଗସ୍ତ କରି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍ ନ କରି କଂଗ୍ରେସ ପ୍ରତି ନିଜ ମନରେ ରହିଥିବା ମନୋଭାବର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ହୁଏତ ଅମରିନ୍ଦର ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0