ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି। ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍ର ଟ୍ୱେଂଟି ଓ୍ୱାନ୍, ଟ୍ୱେଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି।କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏୟାର ମାର୍ଶଲ ବିବେକ ଚୌଧରୀ ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ପ୍ରୋଗ୍ରାମରେ ମଧ୍ୟ ସେ ଜଡ଼ିତ ଥିଲେ। ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡରେ କମାଣ୍ଡର୍-ଇନ୍-ଚିଫ୍ ଥିଲେ । ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0