କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ବାଲିଆପାଳ ଛକ ଠାରେ ୬୫ ନଂ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଛି । ଅବରୋଧ କରିଛନ୍ତି ବଡମ୍ବା ବ୍ଲକ ଅଧୀନରେ ଥିବା ୬ ଟି ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ। ବାଲିଆପାଳ ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କର କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ହୋଇଛି ଏହି ରାସ୍ତାରୋକ।ବଡମ୍ବା ବ୍ଲକର ବିଭିନ୍ନ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯେତେବେଳେ ବ୍ୟାଙ୍କ କୁ ଯେକୌଣସି କାର୍ୟ୍ୟରେ ଆସିଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ୍ୟା କରିବାକୁ ପଡିଥାଏ।ଆଜି ମଧ୍ୟ ଠିକ ସମାନ କଥା ଦେଖିବାକୁ ମିଳିଥିଲା ବ୍ୟାଙ୍କରେ।ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅପରାହ୍ନ ୪୪ଟା ପର୍ୟ୍ୟନ୍ତ ବାହାରେ ଠିଆହୋଇ ସେମାନଙ୍କ କାର୍ୟ୍ୟ ନହେବାରୁ ବାଧ୍ୟହୋଇ ବାଲିଆପାଳ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ରେ ତାଲା ପକାଇବା ସହିତ ୬୫ ନଂ ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ।ବଡମ୍ବା ପୋଲିସ ଓ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ସେଠାରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିବା ସହିତ ବ୍ୟାଙ୍କ କର୍ମଚାରୀଙ୍କ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧରୁ ହଟିଯାଇଥିଲେ ଗୋଷ୍ଠୀର ସଦସ୍ୟା ମାନେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0