ଗତ ଗୁରୁବାର ଦିନ ଭାରତ ଚୀନ୍କୁ ସମାଲୋଚନା କରି କହିଛି ଯେ, ତା’ର ‘ଆକ୍ରୋଶମୂଳକ ଆଚରଣ’ ଆଚରଣ ହେତୁ ସେଠାକାର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ନଷ୍ଟ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ସୂଚନା ଦେଇଛନ୍ତି ଯେ, ସୀମାନ୍ତ ଅଞ୍ଚଳରେ ଚୀନ୍ ବିପୁଳସଂଖ୍ୟକ ସେନା ଓ ଅସ୍ତ୍ରଶସ୍ତ୍ର ଏକତ୍ର କରି ଚାଲିବାରୁ ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମୁଚ୍ଚିତ ମୁତୟନ କରିବାକୁ ପଡ଼ିଲା। ନୂଆଦିଲ୍ଲୀର ସୀମାନ୍ତ ନୀତି ଏବଂ ଚୀନ୍ ସୀମା ମଧ୍ୟକୁ ବେଆଇନ ଅନୁପ୍ରବେଶ ହେଉଛି ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍ ମଧ୍ୟରେ ସୃଷ୍ଟ ଉତ୍ତେଜନାର ମୂଳ କାରଣ ବୋଲି ଚୀନା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନ୍ୟିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ପୂର୍ବ ଲଦାଖରେ ଭାରତ କମାଣ ମୁତୟନ କରୁଥିବା ରିପୋର୍ଟ ବିଷୟରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ତାହାହିଁ ଉତ୍ତେଜନାର ମୂଳ କାରଣ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0