‘ଏୟାର୍ ଇଣ୍ଡିଆ’ ନିଲାମ ଧରିବା ଲାଗି ‘ସ୍ପାଇସ୍ଜେଟ୍’ର ପୃଷ୍ଠପୋଷକ ଅଜୟ ସିଂହ ମଧ୍ୟ ଆବେଦନ କରିଥିଲେ। କିନ୍ତୁ, ‘ଏୟାର୍ ଇଣ୍ଡିଆ’କୁ ଅକ୍ତିଆର କରିବା ଲାଗି ‘ଟାଟା ସନ୍ସ୍’ ଅଧିକ ମୂଲ୍ୟ ଉଲ୍ଲେଖ କରିଥିବା କଥା ସରକାରୀ ସୂତ୍ରରୁ ପ୍ରକାଶ। ଦୀର୍ଘ ୬୮ବର୍ଷ ପରେ ଜାତୀୟ ବିମାନ ପରିବହନ ‘ଏୟାର୍ ଇଣ୍ଡିଆ’ର ଚୂଡ଼ାନ୍ତ ନିଲାମ ଧରିବାରେ ‘ଟାଟା ସନ୍ସ୍’ ସଫଳ ହୋଇଥିବା କଥା ଜଣାପଡ଼ିଛି। ଲୁଣ ଠାରୁ ଆରମ୍ଭ କରି ‘ସଫ୍ଟୱେର୍’ ନିର୍ମାଣ କରୁଥିବା ‘ଟାଟା ସନ୍ସ୍’ କମ୍ପାନିସମୂହ ସେପ୍ଟେମ୍ବର ୧୫ ତାରିଖରେ ଏୟାର୍ ଇଣ୍ଡିଆର ଚୂଡ଼ାନ୍ତ ନିଲାମ ପାଇଁ କାଗଜପତ୍ର ଦାଖଲ କରିଥିଲା। ‘ଏୟାର୍ ଇଣ୍ଡିଆ’ ନିଲାମ ପାଇଁ ସରକାର ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଏକ ରିପୋର୍ଟରୁ ସୂଚନା ମିଳିବା ପରେ ଆଜି ଉପରୋକ୍ତ ଖବର ଶୁଣିବାକୁ ମିଳୁଛି। ‘ଫ୍ୟୁଚର୍ କ୍ୟାସ୍ ଫ୍ଲୋ ପ୍ରୋଜେକ୍ସନ୍’, ‘ବ୍ରାଣ୍ଡ୍ ଭେଲ୍ୟୁ ଏବଂ ବିଦେଶୀ ବିମାନ ବନ୍ଦରରେ ‘ସ୍ଲଟ୍’କୁ ଆଧାର କରି ସରକାର ଏଥିପାଇଁ ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ଯ୍ୟ କରିଥିଲେ। ସରକାରୀ କମିଟି ନିର୍ଦ୍ଧାରଣ କରିଥିବା ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଠାରୁ ‘ଟାଟା ସନ୍ସ’ ୩,୦୦୦ କୋଟି ଟଙ୍କା ଅଧିକ ମୂଲ୍ୟର ନିଲାମପତ୍ର ଦାଖଲ କରିଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0