ନୂଆଦିଲ୍ଲୀସ୍ଥିତ ‘ଡକ୍ଟର୍ ଅମ୍ବେଦକର ଇଣ୍ଟର୍ନ୍ୟାସ୍ନାଲ୍ ସେଣ୍ଟର୍’ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-୨ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସହରମାନଙ୍କୁ ଆବର୍ଜନା ମୁକ୍ତ କରିବା ହେଉଛି ସ୍ବଚ୍ଛ ଭାରତ ଅଭିଯାନ ୨.୦ର ଉଦ୍ଦେଶ୍ୟ। ଏହି ଦ୍ବିତୀୟ ପର୍ଯ୍ୟାୟରେ ଆମେ ନର୍ଦ୍ଦମା ଏବଂ ସୁରକ୍ଷା ପରିଚାଳନା ପାଇଁ ମଧ୍ୟ ଲକ୍ଷ୍ୟ ରଖିବା। ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ନାଳନର୍ଦ୍ଦମାର ଦୂଷିତ ପାଣି ଯେମିତି ନଦନଦୀରେ ନ ମିଶେ ସେଥିପ୍ରତି ସୁନିଶ୍ଚିତ ରହିବା। ସ୍ବଚ୍ଛ ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ-‘ଅର୍ବାନ୍ ୨.୦’ ଓ ‘ଅମୃତ ୨.୦’ ମଧ୍ୟ ବି.ଆର୍. ଅମ୍ବେଦକରଙ୍କ ସ୍ବପ୍ନ ସାକାର କରିବାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ‘ବି.ଆର୍. ଅମ୍ବେଦକର ସେଣ୍ଟର୍’ରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ। ସମାନତା ପାଇଁ ନଗରାଞ୍ଚଳ ବିକାଶ ଗୁରୁତ୍ବପୂର୍ଣ୍ଣ ବୋଲି ତାଙ୍କର ଧାରଣା ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ, କେବଳ ଲକ୍ଷ ଲକ୍ଷ ଶୌଚାଳୟ କିଂବା ଆବର୍ଜନା ପ୍ରକ୍ରିୟାକରଣକୁ ୭୦%କୁ ଆଣିବା ଯୋଗୁଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପକୁ ‘ଜନ ଆନ୍ଦୋଳନ’ କରିଥିବାରୁ ‘ସ୍ବଚ୍ଛ ଭାରତ ମିସନ୍’ ସଫଳ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଲିଜ୍ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁସାରେ ‘ଏସ୍ବିଏମ୍-ୟୁ ୨.୦’ ଏବଂ ‘ଅମୃତ ୨.୦’ ପ୍ରସ୍ତୁତ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0