ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ | ଗାନ୍ଧୀ ଜୟନ୍ତୀରେ ଖୋଲିବ ଏକାମ୍ର ହାଟ | ଗାନ୍ଧୀ ଜୟନ୍ତୀରେ କଳା ଓ କାରିଗରଙ୍କ ହାଟ- ‘ଏକାମ୍ର ହାଟ’ ନୂଆ ରୂପରେ ଖୋଲିବ ବୋଲି ଜଣାଯାଇଛି। ‘ଇଡ଼କୋ’ ହାତରୁ ‘ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ’କୁ ଯାଇଥିବା ‘ଏକାମ୍ର ହାଟ’ର ପରିଚାଳନା କରିବ ରାଜ୍ୟ କଳା ଏବଂ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ | ଏହି ହାଟରେ ୩୩ଟି ପ୍ରଦର୍ଶନୀ ସେଡ୍ ସହିତ ମୋଟ ୬୦ଟି ଷ୍ଟଲ୍ ନିର୍ମାଣ କରାଯାଇଛି। ହ୍ୟାଣ୍ଡଲୁମ୍ ଉତ୍ପାଦ ପାଇଁ ପ୍ରାୟ ୧୪ଟି ଷ୍ଟଲ୍, ହସ୍ତତନ୍ତ ସାମଗ୍ରୀ ପାଇଁ ୨୮ଟି ଷ୍ଟଲ ରହିଛି। ଏଥିରେ ବିଭିନ୍ନ ଷ୍ଟଲ୍, ଫୁଡ୍ କୋର୍ଟ, ରଙ୍ଗମଞ୍ଚ (ଆମ୍ଫିଥିଏଟର), କିଓସ୍କ, ପ୍ରଦର୍ଶନୀ ସେଡ୍, ସମ୍ମିଳନୀ ହଲ୍ ଏବଂ ପରିଦର୍ଶକଙ୍କ ସୁବିଧା ବ୍ୟବସ୍ଥାକୁ ନୂଆ ରୂପ ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0