ଆଇପିଏଲ ଅଧାରୁ ଓହରିଲେ ପଞ୍ଜାବ କିଙ୍ଗସର ଦୁର୍ଦ୍ଧଷ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍ । ଫଳରେ ୟୁଏଇରେ ହେବାକୁ ଥିବା ବଳକା ମ୍ୟାଚରେ ପଞ୍ଜାବ ପକ୍ଷରୁ ଖେଳିବେ ନାହିଁ ଗେଲ । ଆଉ ଆଇପିଏଲର ବାୟୋ ବବଲରୁ ବାହାରିବା ଅର୍ଥ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବା । କାରଣ ଭାରତରେ କରୋନା କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ପରେ ୟୁଏଇରେ ବଳକା ମ୍ୟାଚ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ୟୁଏଇରେ ହେଉଥିବା ବଳକା ମ୍ୟାଚ୍ ପାଇଁ ବାୟୋ ବବଲ କଟକଣାକୁ କଡାକଡି କରାଯାଇଛି । ୪୨ ବର୍ଷୀୟ ଗେଲ କହିଛନ୍ତି, ମୁଁ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ସେଥିପାଇଁ ଆଇପିଏଲ ଅଧାରୁ ଅବ୍ୟାହତି ନେବାକୁ ଚାହୁଁଛି । ମୋତେ ସବୁ ସମୟରେ ସହଯୋଗ କରିଥିବାରୁ ପଞ୍ଜାବ କିଙ୍ଗସକୁ ଧନ୍ୟବାଦ । ମୋର ଶୁଭକାମନା ସବୁବେଳେ ଟିମ୍ ସହ ରହିଛି । ଆଗକୁ ଆସୁଥିବା ମ୍ୟାଚ୍ ପାଇଁ ପଞ୍ଜାବ ଟିମକୁ ଶୁଭେଚ୍ଛା ଓ ଶୁଭକାମନା ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0