ନିଜ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ | ପିପିଲିରେ ଏଥର ୭୮.୨୪ ପ୍ରତିଶତ ଭୋଟିଂ ହୋଇଛି । ସାଧାରଣ ନିର୍ବାଚନରେ ୭୬ ପ୍ରତିଶତ ଭୋଟିଂ ହୋଇଥିଲା । ଆସନ୍ତା ୩ରେ ଭୋଟ ଗଣତି କରାଯିବ । ପିପିଲି ଫଳାଫଳ ଆସିବା ପୂର୍ବରୁ ହାର ମାନିଲା କଂଗ୍ରେସ । ଦଳ ପିପିଲିରେ ତୃତୀୟ ସ୍ଥାନରେ ରହିବ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେଡି ନେତା ମନ୍ତ୍ରୀଙ୍କୁ ଧରି ଭୋଟ ପାଇଁ ପୁଳା ପୁଳା ଟଙ୍କା ବାଣ୍ଟିଛନ୍ତି । କଂଗ୍ରେସ ଓ ବିଜେପି କେବଳ ହାଜିରା ପକେଇଛନ୍ତି । ବିଜେଡି ଏକ ନମ୍ବର ହେବ ବୋଲି କହିଲେ ସୁର ରାଉତରାୟ । କେବଳ ବିଧାୟକ ନୁହଁନ୍ତି ପିପିଲି ଉପନିର୍ବାଚନରେ ରେକର୍ଡ ମତଦାନ ପରେ ଅନେକ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି, ପିପିଲି ବାସୀ ଏଥର ବିଜେପି ସପକ୍ଷରେ ମତଦାନ କରିଥିବା ନେଇ ସେମାନେ ଆଶାବାଦୀ ଅଛନ୍ତି । ସେପଟେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାସ କହିଛନ୍ତି ଗତଥର ଅପେକ୍ଷା ଏଥର ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0